ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୮ ତାରିଖରୁ ତାମିଲନାଡୁ ମହାବଲ୍ଲିପୁରମଠାରେ ଚେସ୍ ଅଲିମ୍ପିଆଡ ପ୍ରତିଯୋଗିତା ହେବ। ଏଥିପାଇଁ ଶୁକ୍ରବାର ଦିନ ସକାଳେ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ମଶାଲ। ବିମାନବନ୍ଦରରେ ମଶାଲକୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବିରାଟ ଶୋଭାଯାତ୍ରାରେ ମଶାଲକୁ ରାଜ୍ୟ ଅତିଥି ଭବନକୁ ଅଣାଯିବା ପରେ ଲୋକସେବା ଭବନକୁ ଅଣାଯାଇଥିଲା।

ଚେସ୍ ଅଲିମ୍ପିଆଡର ମଶାଲକୁ ସ୍ୱାଗତ କରିବା ପାଇଁ ଲୋକସେବା ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ମଶାଲକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ମଶାଲଟିକୁ ଚେସ୍ ଖେଳାଳି ପଦ୍ମିନୀ ରାଉତଙ୍କୁ ହସ୍ତାନ୍ତର କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଭାରତ ଚେସ୍‌ର ଉତ୍ପତିସ୍ଥଳ ବୋଲି କହିଥିଲେ। ଏହା ସହିତ ସେ କହିଥିଲେ, ଓଡ଼ିଶା ଚେସ୍‌ରେ ଭଲ ପ୍ରଦର୍ଶନ କରିଆସୁଛି। ଓଡ଼ିଶାର ଅନେକ ଖେଳାଳି ଚେସ୍‌ରେ ସଫଳତା ପାଇଛନ୍ତି। ସ୍କୁଲ ଏବଂ କଲେଜ ସ୍ତରରେ ଚେସ୍‌ଗୁ ପ୍ରଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାକୁ ଚେସ ଅଲିମ୍ପିଆଡ ମଶାଲ ଆସିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚେସ୍ ଅଲିମ୍ପିଆଡ ମଶାଲ କିଟ୍ କନଭେନସନ ପରେ ସିଧାସଳଖ ପୁରୀ ଏବଂ ପୁରୀରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେଠାରୁ ମଶାଲ ଭୁବନେଶ୍ୱର ବିମାନବନ୍ଦରକୁ ଆସି ରାୟପୁର ଅଭିମୁଖେ ବାହାରିବ। ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ, ଚେସ୍ ଖେଳାଳି ପଦ୍ମିନୀ ରାଉତ ଓ କିରଣ ମନିଷା ମହାନ୍ତି ଉପସ୍ଥିତ ଥିଲେ।

ଆସନ୍ତା ୨୮ ତାରିଖରୁ ତାମିଲନାଡୁ ମହାବଲ୍ଲିପୁରମରେ ପ୍ରତିଯୋଗିତା ହେବ। ଚେସ୍‌ ଅଲମ୍ପିଆଡରେ ୧୮୮ଟି ଦେଶ  ଭାଗ ନେବେ। ଓଡ଼ିଶା ଏକ ମାତ୍ର ଖେଳାଳୀ ପଦ୍ମିନୀ ରାଉତ ଏଥିରେ ଭାଗନେବେ।

Tags: #Sports #Chess #Odisha #ChessOlympiad #Torch

Comment