ଓଡ଼ିଶାଲାଇଭ୍ ବ୍ୟୁରୋ

ଅମୃତସର ସ୍ଵର୍ଣ୍ଣ ମନ୍ଦିରରେ ପର୍ଯ୍ୟଟକ ଫଟୋ ଉଠାଇ ପାରିବେନି। ଶିରୋମଣି ଗୁରୁଦ୍ଵାର ପ୍ରବନ୍ଧକ କମିଟି ଫଟୋଗ୍ରାଫି ଉପରେ ବ୍ୟାନ ଲଗାଇଛନ୍ତି।

ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଭାରତର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥାନ। ଏଠାକୁ ପ୍ରତିଦିନ ସଂଖ୍ୟାଧିକ ପର୍ଯ୍ୟଟକ ଆସିଥାନ୍ତି। ସ୍ଵର୍ଣ୍ଣ ମନ୍ଦିର ଆସି ପ୍ରଥମେ ଫଟୋ ଉଠାଇବାକୁ ଓ ଭିଡିଓ ରେକର୍ଡ କରିବାକୁ ପର୍ଯ୍ୟଟକ ବେଶ୍ ପସନ୍ଦ କରିଥାନ୍ତି। ତେବେ ସ୍ଵର୍ଣ୍ଣ ମନ୍ଦିର ଆସି ଫଟୋ ଉଠାଇବା ସଉକ ରଖୁଥିବା ପର୍ଯ୍ୟଟକଙ୍କୁ ଏବେ ନିରାଶ ହେବାକୁ ପଡ଼ିବ, କାରଣ ସ୍ଵର୍ଣ୍ଣ ମନ୍ଦିରରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ଜାରି ହୋଇଛି।

ଶିରୋମଣି ଗୁରୁଦ୍ଵାର ପ୍ରବନ୍ଧକ କମିଟି (ଏସ୍‌ଜିପିସି)ମନ୍ଦିରରେ ଫଟୋ ଉଠାଇବା ଓ ଭିଡିଓ କରିବା ଉପରେ ବ୍ୟାନ ଲଗାଇଛନ୍ତି।

“ସ୍ଵର୍ଣ୍ଣ ମନ୍ଦିର ଏକ ଧାର୍ମିକ ସ୍ଥାନ। ଏଠାକୁ ଲୋକ ପ୍ରାର୍ଥନା କରିବାକୁ ଆସିଥାନ୍ତି ଓ ନିଜ ଦୁଃଖର ସମସ୍ୟା ଖୋଜିବାକୁ ଆସିଥାନ୍ତି। ଏହା କୌଣସି ଛୁଟି ବିତାଇବା ସ୍ଥାନ ନୁହେଁ”, କହିଛନ୍ତି କିମିଟିର ମୁଖ୍ୟ ସଚିବ ରୂପ ସିଂହ।

ରୂପ ସିଂହ ଆହୁରି କହିଛନ୍ତି, ଭିଆଇପିଙ୍କ ପାଇଁ ଅଫିସିଆଲ ଭାବେ ଫଟୋ ଉଠାଇବାର ଅନୁମତି ଦିଆଯିବ। ମନ୍ଦିରର ପବିତ୍ରତାକୁ ଧ୍ୟାନରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Comment