ଓଡ଼ିଶାଲାଇଭ୍ ବ୍ୟୁରୋ

ଲସ୍କର-ଇ-ତାଇବାର ଶୀର୍ଷ କମାଣ୍ଡର ସୈଫୁଲ୍ଲା ଖଲିଦକୁ ଗୁଳି କରି ହତ୍ୟା। ପାକିସ୍ତାନର ସିନ୍ଧରେ ଅଜ୍ଞାତ ବନ୍ଧୁକଧାରୀମାନେ ସୈଫୁଲ୍ଲା ଖଲିଦକୁ ହତ୍ୟା କରିଛନ୍ତି।

ସୈଫୁଲ୍ଲା ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଥିଲା। ଭାରତରେ ତିନୋଟି ବଡ଼ ଆତଙ୍କୀ ଆକ୍ରମଣ ପଛରେ ତା’ର ହାତ ଥିଲା। ୨୦୦୬ ମସିହାରେ ନାଗପୁରରେ ହୋଇଥିବା ଆରଏସଏସ ମୁଖ୍ୟଳୟରେ ଆକ୍ରମଣ, ୨୦୦୧ ମସିହାରେ ରାମପୁରରେ ଥିବା ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ ଏବଂ ବେଙ୍ଗାଳୁରୁରେ ୨୦୦୫ ମସିହାରେ ହୋଇଥିବା ଆକ୍ରମଣରେ ସୈଫୁଲ୍ଲାର ସମ୍ପୃକ୍ତି ଥିଲା।

ଭାରତରେ ଆକ୍ରମଣ ପାଇଁ ପ୍ରସ୍ତୁତି କରିବାର ଦାୟିତ୍ୱ ସୈଫୁଲ୍ଲାକୁ ଦେଇଥିଲା ଲସ୍କର-ଇ-ତାଇବା। ସେ ବହୁ ବର୍ଷ ଧରି ନେପାଳରେ ରହି ସେଠାରୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରୁଥିବା ପ୍ରମାଣ ଦେଇଥିଲେ ଭାରତୀୟ ଗୁଇନ୍ଦା ସଂସ୍ଥା। ଏହାପରେ ସେ ନେପାଳରୁ ପାକିସ୍ତାନ ଚାଲିଯାଇଥିଲା।

Tags: #SaifullahKhalid #LeT #TerroristKilled #Pakistan

Comment