ଓଡ଼ିଶାଲାଇଭ ବ୍ୟୁରୋ

୫ ଦିନରେ ଦେଶର ୪୫ ଯବାନ ସହିଦ ହୋଇଛନ୍ତି। ଭାରତ ଏହାର ପ୍ରତିଶୋଧ କେବେ ନେବ ତାହାକୁ ଦେଶବାସୀ ଅପେକ୍ଷା କରିଛନ୍ତି।

ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ହୋଇଥିଲେ। ଏହି ଘଟଣା ଦେଶବାସୀଙ୍କ ମନରୁ ନଯାଉଣୁ ପୁଣି ପୁଲୱାମାରେ ୪ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ଏଲ୍‌ଓସିରେ ଜଣେ ଯବାନ ସହିଦ ହୋଇଥିଲେ।

ତେବେ ଗତ ୫ ଦିନରେ ୪୫ ଜଣ ଯବାନ ସହିଦ ହୋଇଛନ୍ତି। ଯେଉଁ ଘଟଣା ଭାରତକୁ ଏକ ବଡ଼ ଝଟକା ଦେଇଛି। ଏବେ ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ସୁରକ୍ଷାକର୍ମୀ। ସରକାର ମଧ୍ୟ ଏନେଇ ସେନାକୁ ପୂର୍ଣ୍ଣ ସ୍ୱାଧିନତା ଦେଇଛନ୍ତି।

ଫେବ୍ରୁଆରି ୧୪ରେ ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ସହିଦ ହୋଇଥିଲେ। ଏହି ଖବର ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏହାର ଠିକ ଦୁଇ ଦିନ ପରେ ରାଜୌରୀ ସେକ୍ଟରରେ ନିୟନ୍ତ୍ରଣରେଖା ନିକଟରେ ଆଇଡି ବିସ୍ଫୋରଣରେ ସେନାର ଜଣେ ମେଜର ସହିଦ ହୋଇଥିଲେ। ନିୟନ୍ତ୍ରଣ ରେଖା ନିକଟରେ ଏହି ଅଫିସର ଜଣକ ଏକ ବୋମାକୁ ଅକାମୀ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଜୋରଦାର ବିସ୍ଫୋରଣ ଘଟିଥିଲା। ରାଜୌରୀ ସେକ୍ଟରରେ ଥିବା ନୌସେରା ନିକଟରେ ଏହି ଘଟଣା ଘଟିଥିଲା

ଏହାପରେ ପୁଣି ରବିବାର ପୁଲୱାମା ପିଙ୍ଗଲିନାରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ରବିବାର ରାତିରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଥିଲା। ଏଥିରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଫଳତା ମିଳିଥିଲା। ସେନା ଗୁଳିରେ ଜୈଶ ଏ ମହମ୍ମଦର ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଏହି ଘଟଣା ପରେ ଭାରତ ପାକିସ୍ତାନକୁ ଦୃଢ଼ ଜବାବ ଦେବାକୁ ପସ୍ତୁତି ଚଳାଇଛି। ପାକିସ୍ତାନଠାରୁ ମୋଷ୍ଟ ଫେଭରଡ ନେସନକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ କେବେ ପାକିସ୍ତାନକୁ ଏହାର ଜବାବ ମିଳିବ ବୋଲି ଦେଶବାସୀ ଅପେକ୍ଷା କରିଛନ୍ତି।

Comment