ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସରଗମ କୌଶଲ ଚଳିତ ୨୦୨୨ ବର୍ଷ ପାଇଁ ଶ୍ରୀମତୀ ବିଶ୍ଵ ସୁନ୍ଦରୀ ହେବାର ଗୌରବ ଲାଭ କରିଛନ୍ତି। ଲାସ୍ ଭେଗାସରେ ଆୟୋଜିତ ସୁନ୍ଦରୀ ମହିଳା ପ୍ରତିଯୋଗିତାରେ ବିଶ୍ଵର ୬୩ଜଣ ପ୍ରତିଦ୍ଵନ୍ଦ୍ଵୀଙ୍କୁ ପଛରେ ପକାଇ ସରଗମ ଏହି ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷର ପ୍ରତିଯୋଗିତାରେ ପୋଲିନେସିଆର ମହିଳା ପ୍ରଥମ ରନର୍ସଅପ ଓ କାନାଡା ମହିଳା ଦ୍ଵିତୀୟ ରନର୍ସଅପ୍ ହୋଇଛନ୍ତି।

ସରଗମଙ୍କ ଏହି ବିଜୟପରେ ଦୀର୍ଘ ୨୧ ବର୍ଷପରେ ଭାରତକୁ ଶ୍ରୀମତୀ ବିଶ୍ଵ ସୁନ୍ଦରୀ ଟାଇଟଲ ମିଳିଛି। ଇଂରାଜୀରେ ସ୍ମାତକୋତ୍ତର ଡିଗ୍ରୀ ହାସଲ କରିଥିବା ସରଗମଙ୍କ ଘର ଜାମ୍ମୁ କାଶ୍ମୀରରେ, ମାତ୍ର ଏବେ ସେ ମୁମ୍ବାଇରେ ରହି ଆସୁଛନ୍ତି। ପୂର୍ବରୁ ଭାଇଜାକ୍‌ରେ ଶିକ୍ଷୟତ୍ରୀଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ଵାମୀ ନୌସେନାରେ କାର୍ଯ୍ୟ କରନ୍ତି।

୧୯୮୪ ମସିହାରେ ପ୍ରଥମ କରି ବିବାହିତ ମହିଳାଙ୍କୁ ନେଇ ଶ୍ରମତୀ ସୁନ୍ଦରୀ (ମିସେସ୍ ଓ୍ଵାର୍ଲଡ୍) ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ଏବେ ବିଶ୍ଵର ୮୦ଟି ଦେଶ ଭାଗ ନେଉଛନ୍ତି। ୨୦୦୧ରେ ଡକ୍ଟର ଅଦିତି ଗୋଭିତ୍ରିକର ପ୍ରଥମ କରି ଭାରତ ପାଇଁ ଏହି ଟାଇଟଲ ହାସଲ କରିଥିଲେ। ଅଦିତି ଏବେ ଏହି ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ କରିଥିଲେ।

Tags: #MrsUniverse #SargamKaushal #JammuKashmir #India #Polinesia #Canada

Comment