ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ଵାଳଙ୍କ ପରିବାର ଲାଗି ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସହିଦଙ୍କ ପରିବାରକୁ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବା ଲାଗି ଶନିବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବୀର ସହିଦ ଦେବାଶିଷ ବିଶ୍ଵାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Also Read

ଜନ୍ମମାଟିରେ ସହିଦ ଦେବାଶିଷଙ୍କ ପର୍ଥିବ ଶରୀର

ଜମ୍ମୁ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ: ଲୁହରେ ଭିଜିଲା ଓଡ଼ିଆ ସହିଦ ଯବାନ ଦେବାଶିଷଙ୍କ ଗାଁ

ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ବେଳେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ନେଇ ଏକ ଗାଡ଼ି ଭିମବେରଠାରୁ ପୁଞ୍ଚ ଜିଲ୍ଲାର ସାଙ୍ଗିଓଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଯାବାନମାନଙ୍କ ଗାଡ଼ି ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହା ପରେ ଗ୍ରେନେଡ ମାଡ଼ କରିଥିଲେ। ଗ୍ରେନେଡ ମାଡ଼ ଯୋଗୁଁ ଗାଡ଼ିଟି ଜଳିଯାଇଥିଲା।

ଏହି ଗାଡ଼ିରେ ରାସନ ସାମଗ୍ରୀ ସହ ଇନ୍ଧନ ଥିବାରୁ ଶୀଘ୍ର ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଫଳରେ ସହିଦ ହୋଇଥିଲେ ୫ ଜଣ ଯବାନ। ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ସହିଦ ଯବାନମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ। ୫ ଜଣ ସହିଦ ଯବାନଙ୍କ ମଧ୍ୟରେ ରହିଥିଲେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିର ଦେବାଶିଷ ବିଶ୍ଵାଳ।

ଆଜି ବୀର ସହିଦଙ୍କ ପାର୍ଥିପ ଶରୀର ପହଞ୍ଚିଛି ତାଙ୍କ ଜନ୍ମ ମାଟିରେ। କାନ୍ଦବବୋଳିରେ ଫାଟି ପଡ଼ୁଛି ସାରାଗାଁ। ଦେବାଶିଷଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁବାନ୍ଧବ, ସାଙ୍ଗସାଥୀ ଏକାଠି ହୋଇଛନ୍ତି।

Tags: #JammuKashmir #PoonchTerroristAttack #SoldierSahid #DebashisBiswal #PuriSatyabadi #ExGratia #CMOdisha #NaveenPatnaik

Comment