ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଜାମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇିଥିଲା। ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।

ସେମାନଙ୍କ ନିକଟରୁ ଏକେ-୪୭ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋଟକ ଜବତ ହୋଇଛି। ଏହି ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର ସଦସ୍ୟ ବୋଲି ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନାମ ସାହିଦ ମୁସ୍ତାକ ବାବା ଓ ଇନାୟତ ଅବଦୁଲ୍ଲା ଜିଗର।

ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲା ରାଜପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବ ସୁରକ୍ଷାକର୍ମୀ ଦେଇଥିଲେ। ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ଫିଏଫ୍‌ ଏବଂ ରାଜ୍ୟ ପୋଲିସ ଏସ୍‌ଓଜିର ମିଳିତ ସହଯୋଗରେ ଏହି ସର୍ଚ୍ଚ ଅପରେସନ ସଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here