ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ଦନ୍ତେଓ୍ଵାଡା-ନାରାୟଣପୁର ସୀମାରେ ଯବାନଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ବସ୍ତର ଆଇଜି ସ୍ପଷ୍ଟ କରିଛନ୍ତି। ଆବୁଝମାଡ଼ ଓ ହିଟୁଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଦନ୍ତେଓ୍ଵାଡା ଏସପିଙ୍କ ସୂଚନା ଅନୁସାରେ ନାରାୟଣପୁର ଆବୁଝମାଡ଼ ଜଙ୍ଗଲରେ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ପ୍ରାୟ ୬୦ଟି ମାଓବାଦୀ କ୍ୟାମ୍ପ ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା।

ଡିସେମ୍ବର ୧୦ ତାରିଖରେ ନାରାୟଣପୁର, ଦନ୍ତେଓ୍ଵାଡା, ଜଗଦଲପୁର ଏବଂ କୋଣ୍ଡାଗାଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଫୋର୍ସ, ଏସଟିଏଫ ଏବଂ ସିଆରପିଏଫ ଯବାନଙ୍କୁ ନେଇ ମିଳିତ ଆକ୍ସନ ଫୋର୍ସ ଗଠନ କରାଯାଇଥିଲା।

ଗୁରୁବାର ଭୋର ୩ଟାରୁ ମିଳିତ ଫୋର୍ସ ଆବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ଏହାର ଜବାବରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା। ତେବେ ସୁରକ୍ଷା କର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓବାଦୀଙ୍କର ମୃତଦେହ ଠାବ କରାଯାଇଥିବାବେଳେ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Tags: #Maoist #Encounter #Chhattisgarh #Dantewada

LEAVE A REPLY

Please enter your comment!
Please enter your name here