ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ବୀର ଯବାନଙ୍କୁ ଶୌର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଥାଇ ଅସାଧାରଣ ସାହସ, ସମର୍ପଣ ଓ ବଳିଦାନ ଦେଇଥିବା ବୀରଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୋଲିସର କର୍ମଚାରୀ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣଙ୍କୁ କୀର୍ତ୍ତି ଚକ୍ର ଓ ୩୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି।
୬ଟି କୀର୍ତ୍ତି ଚକ୍ର ମଧ୍ୟରେ ୪ ଜଣଙ୍କୁ ଏବଂ ୩୩ଟି ଶୌର୍ଯ୍ୟ ଚକ୍ର ଭିତରେ ୭ ଜଣ ଯବାନଙ୍କୁ ମରଣୋତ୍ତର ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ପରିବାର ବର୍ଗ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଭାରତୀୟ ସେନାର ୧୯ ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂହ, ୨୮ ରାଷ୍ଟ୍ରୀୟ ରାଇଫଲ୍ସର ନାୟକ ଦିଲୱର ଖାନ, ୬୩ ରାଷ୍ଟ୍ରୀୟ ରାଇଫଲ୍ସର ରାଇଫଲମ୍ୟାନ ରବି କୁମାର ଏବଂ ଜମ୍ମୁ କଶ୍ମୀର ପୋଲିସର ଡିଏସପି ହିମାୟୁନ୍ ମୁଜାମ୍ମିଲ୍ ଭଟ୍ଟଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଛି।
Tags: #GallantryAwards #KirtiChakra #BraveSoldiers #India










