ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ। କୋଭିଡକୁ ନେଇ ଭୟଭୀତ ହେଲେଣି ଲୋକେ। ଦିଲ୍ଲୀରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଦିଲ୍ଲୀ ସରକାର।
କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଅଧିକ ବେଡ ପ୍ରସ୍ତୁତ ରଖିବା ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅକ୍ସିଜେନ, ମେଡିସିନ୍ ଏବଂ ଭ୍ୟାକ୍ସିନ ମହଜୁଦ ରଖିବାକୁ ହସ୍ପିଟାଲଗୁଡ଼ିକୁ କୁହାଯାଇଛି।
ଏଥିସହ ଦିଲ୍ଲୀରେ ସମସ୍ତ କୋଭିଡ ପଜିଟିଭ ଥିବା ନମୁନାର ଜିନୋମ ସିକ୍ଵେନ୍ସିଂ ପାଇଁ ଲୋକନାୟକ ହସ୍ପିଟାଲକୁ ପଠାଇବା ପାଇଁ ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
Tags: #Covid19 #DelhiGovernment #Advisory #Delhi #India














