ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ସୁପରିଚିତ ଗୀତିକାର ଅରୁଣ ମନ୍ତ୍ରୀ। ଓଲିଉଡ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ‘ମାଧବ ହେ ମାଧବ’, ‘ଆଜି ଅକାଶେ କି ରଙ୍ଗ ଲାଗିଲା’, ‘ପ୍ରଥମ ପ୍ରେମିକା’, ‘ଏଥର ଫଗୁଣେ ବାଜିବ ଲୋ ବାଜା’ ଭଳି ଅନେକ ଲୋକପ୍ରିୟ ଗୀତ ଲେଖିଛନ୍ତି।

ତାଙ୍କ ଲିଖିତ ଅନେକ ଗୀତ ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁ ପାରିଛି। ଆଧୁନିକ, ଭଜନ, ଅପେରା, ଚଳଚ୍ଚିତ୍ର ଗୀତ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ। ‘ସମୟ ଖେଳୁଛି ଚକା ଭଉଁରୀ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗୀତିକାର ଭାବେ ପୁରସ୍କୃତ ହୋଇଛନ୍ତି।

ନିଜ ପିଲାଦିନର ସ୍ମୃତିକୁ ମନେପକାଇ ଅରୁଣ ମନ୍ତ୍ରୀ କହିଛନ୍ତି, ସେ ପିଲାଦିନେ ଭାରି ଦୁଷ୍ଟ ଥିଲେ। ଦୁଷ୍ଟାମୀ ପାଇଁ ଦିନେ ତାଙ୍କ ବାପା ତାଙ୍କୁ ବାଲିରେ ପୋତି ଦେଇଥିଲେ।

ଅରୁଣ ମନ୍ତ୍ରୀ କୁହନ୍ତି, “ମୋ ଜାଣିବାରେ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ସଫଳତା ପାଇବା ପରେ। ସଫଳତାକୁ ବଜାୟ ରଖିବା ସହଜ କଥା ନୁହେଁ। ଗୀତିକାର ହେବାର ଜିଦ୍ ଏବଂ ହାରିଯିବାର ଭୟ ପାଇଁ ମୁଁ ଗୀତିକାର ହୋଇପାରିଛି”।

ଓଡ଼ିଶାଲାଇଭର ସାକ୍ଷାତକାରରେ ନିଜ ସ୍ଵପ୍ନ ଓ ସଂଘର୍ଷ ବିଷୟରେ କହିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ। ଦେଖନ୍ତୁ ଭିଡିଓ।

Tags: #ArunMantri #Lyricist #OdiaSong #Interview #Ollywood

Comment