ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳର ଚାଷୀମାନଙ୍କଠାରୁ ପାଚିଲା ଆମ୍ବ ସଂଗ୍ରହ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଲକ୍ଷ୍ୟରେ ଓରମାସ ତରଫରୁ ବାରିପଦା ଷ୍ଟାଡିୟମ ଗୋଲେଇ ନିକଟରେ ମୟୂରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ର ଶୁଭାରମ୍ଭ କରାଯାଇଛି।
ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏସିଡିଓ ଶାନ୍ତନୁ କୁମାର ନାୟକ, ଉଦଳା ପିଏଆଇଟିଡିଏ ନରେନ୍ଦ୍ର ଖମାରୀ, ଓରମାସର ଡେପୁଟି ସିଇଓ ବିମାନ ମଲ ଓ ଡେପୁଟି ଡାଇରେକ୍ଟର ଉଦ୍ୟାନ କୃଷି ଟଙ୍କଧର କାଲୋ ପ୍ରମୁଖ ଯୋଗ ଦେଇଥିଲେ।
ଗାଁ ଆମ୍ବ ପସରାରେ ଲୋକମାନଙ୍କୁ ବିଭିନ୍ନ କିସମର ସ୍ୱାଦିଷ୍ଟ ପାଚିଲା କିଲୋଗ୍ରମ ପ୍ରତି ୪୦ରୁ ୭୦ ଟଙ୍କାରେ ମିଳିପାରୁଛି। ଏହି ଆମ୍ବ ପସରାକୁ ଲାଗି ପାଖରେ ମଦର ଆର୍ଥ ଜୁସ ନାମରେ ଅନ୍ୟ ଏକ ଷ୍ଟଲରେ ଖୋଲାଯାଇଛି। ଏଠାରେ ପ୍ରସ୍ତୁତ ଦହି ସର୍ବତ ଓ ବିଭିନ୍ନ ପ୍ରକାର ଫଳ ରସ କମ୍ ମୂଲ୍ୟରେ ଲୋକମାନଙ୍କ ପାଇଁ ଉପଲବ୍ଧ ରହିଛି।
Tags: #MangoOutlet #ORMAS #Mayurbhanj #food #Odisha


















