ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାନ୍ସରରେ ପୀଡ଼ିତ ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ଦୀପିକା କାକ୍କର। ହିନ୍ଦୀ ଧାରାବାହିକ ‘ସସୁରାଲ ସିମର କା’ ଫେମ୍ ଦୀପିକାଙ୍କୁ ସେକେଣ୍ଡ ଷ୍ଟେଜ କ୍ୟାନ୍ସର। ଦୀପିକାଙ୍କୁ ଲିଭର କ୍ୟାନ୍ସର ହୋଇଛି। ଏହା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି ଦୀପିକା କାକର।
କିଛି ଦିନ ପୂର୍ବରୁ ଫରହା ଖାନଙ୍କ ‘ସେଲିବ୍ରିଟି ମାଷ୍ଟର ସେଫ ସୋ’ ଅଧାରୁ ଛାଡ଼ିଥିଲେ ଦୀପିକା। ଅସୁସ୍ଥତା କାରଣରୁ ଦୀପିକା ଏହି ସୋ’ ଛାଡ଼ିଥିବା ଜଣାପଡ଼ିଥିଲା।
ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଲିଭରରେ ଟ୍ୟୁମର ହୋଇଛି। ବାୟୋପ୍ସି ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଦୀପିକା ଏବେ କ୍ୟାନ୍ସର ପୀଡ଼ିତା।
ଦୀପିକାଙ୍କୁ କ୍ୟାନ୍ସର ହୋଇଥିବା କଥା ଜଣାପଡ଼ିପା ପରେ ତାଙ୍କ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏହି ଖବର ପରେ ଫ୍ୟାନ୍ସମାନେ ଦୀପିକାଙ୍କୁ ଆରୋଗ୍ୟ କାମନା କରିଛନ୍ତି।
Tags: #DipikaKakkar #TVActress #HindiSerial #Cancer #India


















