ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆରଆଣ୍ଡବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦିଲ୍ଲୀପ ଚୌଧୁରୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ।
ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀଙ୍କ ବ୍ରହ୍ମପୁର ଧର୍ମନଗରରେ ସ୍ପେକ୍ଟ୍ରମ ରୟାଲରେ ଥିବା ଫ୍ଲାଟ, ମୟୂର ବିହାରରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କାର୍ଯ୍ୟାଳୟ ଓ ଭୁବନେଶ୍ଵର ସହିଦ ନଗରରେ ଥିବା ଫ୍ଲାଟରେ ଏକକାଳୀନ ଚଢ଼ଉ କରାଯାଇଛି।
ପୂର୍ବରୁ ସରକାରୀ ବାବୁ ଦିଲ୍ଲୀପ ଚୌଧୁରୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି।
Tags: #Vigilance #NDillipChoudhury #RAndBDivision #Berhampur #Odisha














