ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ବିଭାଗ, ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ବାରିପଦାସ୍ଥିତ ଷ୍ଟାଡିୟମ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

ଜିଲ୍ଲପାଳ ହେମକାନ୍ତ ସଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା, ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇ ମିଳିତ ଯୋଗାଭ୍ୟାସ କରିଥିଲେ। ବର୍ତ୍ତମାନ ସମୟରେ ଯୋଗର ଗୁରୁତ୍ଵ ସମ୍ପର୍କରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସାମୁହିକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଯୁବକଯୁବତୀ, ମହିଳା, ପୁରୁଷ, ବରିଷ୍ଠ ନାଗରିକ ସରକାରୀ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ ହୋଇ ସାମୁହିକ ଯୋଗାଭ୍ୟାସ କରିଥିଲେ।

ଯୋଗ ଗୁରୁ ଜ୍ୟୋତି ରଞ୍ଜନ ଦାସଙ୍କ ଛାତ୍ରୀ ଜ୍ୟୋତି ବାରିକ, ସଂଗୀତା ପାଢ଼ୀ ଓ ଲଟାଶା ଖୁରାନ ଯୋଗ ପ୍ରଶିକ୍ଷଣ ଦେଇଥିଲେ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଭାଶିଷ ନାୟକ, ଅବକାରୀ ଅଧିକାରୀ ପ୍ରଶାନ୍ତ କହଁର ଓ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟାକ୍ରମକୁ ପୂର୍ବତନ ବରିଷ୍ଠ କ୍ରୀଡ଼ା ଅଧିକାରୀ କୁମାର ରଞ୍ଜନ ପଣ୍ଡା ପରିଚାଳନା କରିଥିଲେ। ବାରିପଦା ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #InternationalYogaDay2025 #Yoga #YogaBenefits #Baripada #Mayurbhanj

Comment