ଓଡ଼ିଶାଲାଇଭ୍ ବ୍ୟୁରୋ

“ରାସନକାର୍ଡ ସହ ଇ-କେଓ୍ଵାଇସି ସଂଯୋଗ ହୋଇନଥିଲେ ଚାଉଳ ବନ୍ଦ କରାଯିବ। ଆଉ ଡେଡଲାଇନ ଘୁଞ୍ଚିବ ନାହିଁ। କାର୍ଡ ସସପେଣ୍ଡ କରାଯିବ। ୩ ମାସ ମଧ୍ୟରେ ଜଣାଇଲେ କାର୍ଡ ଆକକ୍ଟିଭ କରାଯିବ, ନଚେତ ପୂରା କଟିଯିବ”, ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାସନ ଚୋରି ଧରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ରାସନ କାର୍ଡର ଇ-କେଓ୍ଵାଇସି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୧ ବର୍ଷ ହେଲା ଇ-କେଓ୍ଵାଇସି ପ୍ରକିୟା ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ହିତାଧିକାରୀ ଇ-କେଓ୍ଵାଇସି କରିନାହାନ୍ତି।

ବାରମ୍ବାର ଇ-କେଓ୍ଵାଇସି ପାଇଁ ସମୟ ଦିଆଯାଉଥିଲେ ମଧ୍ୟ, ଅଧିକାଂଶ ରାସନକାର୍ଡ ହିତାଧିକାରୀ ଏଥିପ୍ରତି ଗୁରୁତ୍ଵ ଦେଉନଥିବାରୁ ସେମାନଙ୍କ କାର୍ଡ ସସପେଣ୍ଡ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୨୦ ଲକ୍ଷ ୫୮ ହଜାର ହିତାଧିକାରୀ ଇ-କେଓ୍ଵାଇସି କରିନାହାନ୍ତି। ତୁରନ୍ତ ଇ-କେଓ୍ଵାଇସି ନକଲେ ୩ ମାସ ମଧ୍ୟରେ ରାସନ କାର୍ଡ ଆପେ ଆପେ କଟିଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Tags: #RationCard #E-KYC #PublicDistribution #Odisha

Comment