ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୮୦ ହଜାରରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ। ଯୋଗ୍ୟତା ଥାଇ ମଧ୍ୟ ସେମାନେ ଏଥିରୁ ବଞ୍ଚିତ ରହିଛନ୍ତି। ଏହାପୂର୍ବରୁ ରାଜ୍ୟର ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନକାର୍ଡ କଟାଯାଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ଯୋଗାଇ ଦିଆଯିବ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

“ରାଜ୍ୟରେ ଏବେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନ କାର୍ଡ ପାଇବାରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କୁ ଆମେ ନୂଆ ରାସନକାର୍ଡ ଯୋଗଇଦେବୁ। ଏବେ ଜାରି ରହିଥିବା ଇ-କେୱାସି ଅପଡେଟରେ ଏପର୍ଯ୍ୟନ୍ତ ମୋଟ ୨୨ ହଜାର ୨୯୩ ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ରାସନକାର୍ଡ କଟାଯିବ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ରାଜ୍ୟରେ ହଜାର ହଜାର ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ଥିବାବେଳେ ସବୁଠୁ ଆଗରେ ଅଛି ଅନୁଗୁଳ। ଜିଲ୍ଲାର ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି। ଏହାପରେ ରହିଛି ବାଲେଶ୍ଵର ଓ ବରଗଡ଼ ଜିଲ୍ଲା ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି। ଆହୁରି ୩୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଇ-କେଓ୍ୱାଇସି ବାକି ରହିଛି। ମାର୍ଚ୍ଚ ୩୧ ତାରିଖ ଭିତରେ ଇ-କେଓ୍ୱାଇସି ନକଲେ ରାସନକାର୍ଡ କଟିଯିବ ବୋଲି ମନ୍ତ୍ରୀ କହିଥିଲେ।

Tags: #RationCard #E-KYC #PublicDistribution #OdishaAssembly #Odisha

LEAVE A REPLY

Please enter your comment!
Please enter your name here