ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଆନୁକୂଲ୍ୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ବାରିପଦା ବନଖଣ୍ଡ କାର୍ଯ୍ୟାଳୟରୁ ସବୁଜ ରଥର ଶୁଭାରମ୍ଭ କରିଥିଲେ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶ।
ଏହି ରଥ ବାରିପଦା ବନଖଣ୍ଡ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣର ବାର୍ତ୍ତା ପହଞ୍ଚାଇ। ବାରିପଦା ବନଖଣ୍ଡ ସମ୍ମୁଖରେ ଜନସାଧାରଣଙ୍କ ପାଇଁ ଚାରା ବଣ୍ଟନ କେନ୍ଦ୍ରର ଶୁଭାରମ୍ଭ କରି ଚାରା ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସହକାରୀ ବନ୍ୟ ସଂରକ୍ଷକ ମେହେରବାନ ଅଲ୍ଲୀ, ବାରିପଦା ରେଞ୍ଜ ଅଫିସର ଶ୍ରଦେହ ମନ୍ତ୍ରୀ, ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ ଓ ବନଖଣ୍ଡ କର୍ମଚାରୀ ଉପସ୍ଥିତ ଥିଲେ।
Tags: #Banamahotsavweek #Mayurbhanj #Baripada #PlantDistribution #Mayurbhanj


















