ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଓଡ଼ିଆ। ମୃତକମାନେ ହେଲେ ଗଞ୍ଜାମର ଜଗନ ମୋହନ, କଟକ ତିଗିରିଆ ଅଞ୍ଚଳର ଲଗ୍ନଜିତ ଦୁଆରି, ବାଲେଶ୍ଵରର ମନୋଜ ରାଉଧ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ

କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ଆଉ ଚାରି ଜଣ ଓଡ଼ିଆ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇଜଣିଆ ଟିମ୍ ତେଲେଙ୍ଗାନା ଯାଇଛନ୍ତି।

ତେଲେଙ୍ଗାନାର ସାଙ୍ଗାରେଡ୍ଡୀ କେମିକାଲ ଫ୍ୟାକ୍ଟ୍ରିରେ ସୋମବାର ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୩୬ରୁ ଅଧିକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ୧୫୦ରୁ ଅଧିକ କର୍ମଚାରୀ ଥିଲେ।

ମୃତକଙ୍କ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର କର୍ମଚାରୀ ରହିଥିବା ତେଲେଙ୍ଗାନା ରାଜସ୍ଵ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମୃତକଙ୍କ ପରିବାର ଲାଗି ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ସେହିପରି ଗୁରୁତର ଆହତଙ୍କ ପାଇଁ ୧୦ ଲକ୍ଷ ଏବଂ ସାମନ୍ୟ ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

Tags: #TelanganaChemicalplantExplosion #Death #Odisha

Comment