ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଜାତୀୟ ରାଜପଥର ବୁଢ଼ାମରା ଛକ ନିକଟରେ ଥିବା ଏକ ଫାର୍ମ ହାଉସରୁ ୫୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ଆକଳନ କରାଯାଇଛି।

ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁଙ୍କ ନେତୃତ୍ୱରେ କୁଳିଅଣା ସବଇନସ୍ପେକ୍ଟରଙ୍କ ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ଉ ସୂଚନା ପାଇ ଫାର୍ମ ହାଉସର ମାଲିକ ଗୋପୀନାଥ ସାହୁ ଫେରାର ହୋଇଯାଇଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Tags: #Ganja #GanjaSeized #Baripada #Mayurbhanj

Comment