ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରାଜ୍ୟରେ ବୋତଲରେ ଆଉ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ। କେବଳ ଗାଡ଼ିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସ ପକ୍ଷରୁ ନିଆଯାଇଛି ଏପରି ନିଷ୍ପତ୍ତି। ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ଡିପୋରେ ଲାଗୁ ହେବ।
ତେବେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସ ନିଷ୍ପତ୍ତି ଅନୁସାରେ, ସମସ୍ତ ପେଟ୍ରୋଲ ପମ୍ପରେ ବୋତଲ ଉପରେ କଡ଼ା କଟକଣା ଲାଗିବ। ଖୋଲାରେ ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ନାହିଁ। ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡ ଜେରକ୍ସ ରଖି ପେଟ୍ରୋଲ ଦିଆଯିବ।
ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ଏନେଇ ଖୁବ୍ ଶୀଘ୍ର ଗାଇଡ୍ଲାଇନ୍ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Tags: #Odisha #PetrolPump #Fuel


















