ଓଡ଼ିଶାଲାଇଭ୍ ବ୍ୟୁରୋ
ବଲ ଖୋଜୁ ଖୋଜୁ ଏକ ବନ୍ଦ ଘର ଭିତରୁ ମିଳିଥିଲା ନରକଙ୍କାଳ। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ସେହି ଘରୁ ମିଳିଥିଲା ଗୋଟିଏ ନୋକିଆ ଫୋନ। ଏହି ଫୋନ ଖୋଲିଦେଲା ନରକଙ୍କାଳର ରହସ୍ୟ। ଜଣାପଡ଼ିଛି ଏହି ନରକଙ୍କାଳ କାହାର।
କିଛି ଦିନ ତଳେ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ସ୍ଥାନୀୟ ଯୁବକ କ୍ରିକେଟ୍ ଖେଳୁଥିବା ବେଳେ ବଲଟି ଏକ ଘରେ ପଡ଼ିଯାଇଥିଲା। ବଲକୁ ଆଣିବାକୁ ଯାଇ ସେମାନେ ନର କଙ୍କାଳ ଦେଖିଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ତଦନ୍ତ ସମୟରେ ନରକଙ୍କାଳ ନିକଟରୁ ଏକ ପୁରୁଣା ନୋକିଆ ଫୋନ ପାଇଥିଲା ପୋଲିସ।
ଫୋନର ମରାମତି କରିବା ପରେ, ଏହା ଅମିର ଖାନ ନାମକ ବ୍ୟକ୍ତିଙ୍କ ହୋଇଥିବା କୁହାଯାଉଛି, ଯାହାଙ୍କର ମୃତ୍ୟୁ ୧୦ ବର୍ଷ ପୂର୍ବେ ହୋଇଥିଲା। ଫୋନରେ ୮୪ଟି ମିସଡ କଲ୍ ଥିଲାବେଳେ ଶେଷ କଲ୍ ୨୦୧୫ରେ ହୋଇଥିଲା। ମୃତ ବ୍ୟକ୍ତିଙ୍କର ପରିଚୟ ସ୍ପଷ୍ଟ କରିବା ପାଇଁ ପୋଲିସ ତାଙ୍କର ଅବଶେଷକୁ ଫରେନ୍ସିକ ଲ୍ୟାବ୍ ପଠାଇଛି।
Tags: #NokiaPhone #Hyderabad #HumanSkeleton














