ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ୪୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଲିଭର ପ୍ରତ୍ୟାରୋପଣ ପାଇଁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

ଅନେକ ଦିନ ଧରି ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ସେ ଚିକିତ୍ସା ପାଇଁ ପ୍ରଥମେ ଦିଲ୍ଲୀ ଯାଇଥିଲେ। ଏହାପରେ ସେଠାରୁ ସେ ହାଇଦ୍ରାବାଦ ସ୍ଥାନାନ୍ତର ହୋଇଥିଲେ। ତାଙ୍କର ଦେହାନ୍ତରେ ଅନେକ ଓଲିଉଡ୍ କଳାକାର ଶୋକ ପ୍ରକାଶ କରିଛନ୍ତି।

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବହୁତ ଟଙ୍କା ଆବଶ୍ୟକ ଥିଲା। ଏଥିପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକମାନେ କ୍ରାଉଡ ଫଣ୍ଡିଂ ମଧ୍ୟ କରିଥିଲେ। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ଲିଭର ପ୍ରତ୍ୟାରୋପଣ ହେବାର ଥିବାବେଳେ ତାଙ୍କୁ କେହି ଡୋନର ମିଳିନଥିଲେ।

ପିଣ୍ଟୁ ନନ୍ଦ ଉଭୟ ଓଡ଼ିଆ ସିନେମା ଏବଂ ଟେଲିଭିଜନ ଦୁନିଆରେ ଜଣେ ଚର୍ଚ୍ଚିତ କଳାକାର ଥିଲେ। ବିଭିନ୍ନ ସିନେମା ଏବଂ ଧାରାବାହିକରେ ନିଜର ଅଭିନୟ ଜରିଆରେ ସେ ଅନେକ ସଫଳତା ହାସଲ କରିଥିଲେ। ‘ଏ ଗଉରା’ ଆଲବମ ତାଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ। ତାଙ୍କର ହାସ୍ୟ ଅଭିନୟକୁ ସମସ୍ତେ ବେଶ ପସନ୍ଦ କରୁଥିଲେ।

୧୯୭୮ ମସିହାରେ ଜନ୍ମିତ ପିଣ୍ଟୁ ନନ୍ଦ ୧୭ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୬ ମସିହାରେ ‘କୋଇଲି’ ଫିଲ୍ମ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ। ‘ରଙ୍ଗ ନମ୍ବର’, ‘ପ୍ରେମ ରୁତୁ ଆସିଲାରେ’, ‘ଦୋସ୍ତି’, ‘ହାତ ଧରି ଚାଲୁଥା’ ଭଳି ଫିଲ୍ମରେ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ।

Tags: #OdiaActorPintuNanda #Death #LiverCirrhosis #LiverTransplant #Hyderabad #Ollywood #Odisha

LEAVE A REPLY

Please enter your comment!
Please enter your name here