ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ଜିଆରେ ଚାଲିଥିବା ଫିଡେ ମହିଳା ଚେସ୍ ବିଶ୍ୱକପ୍ ୨୦୨୫ର ଫାଇନାଲରେ ହେବ ଦୁଇ ଭାରତୀୟଙ୍କ ଟକ୍କର। ଦିବ୍ୟା ଦେଶମୁଖଙ୍କ ପରେ କୋନେରୁ ହମ୍ପି ଫାଇନାଲ୍ରେ ଏଣ୍ଟ୍ରି କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଭାରତୀୟ ମହିଳା ଚେସ୍ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ନଥିଲେ, ହେଲେ ଏଥର ଏହି ଟୁର୍ଣ୍ଣାମେଣ୍ଟର ଉଭୟ ଫାଇନାଲିଷ୍ଟ ଭାରତର ଖେଳାଳି।
ଚଳିତ ବର୍ଷର ମହିଳା ଚେସ୍ ବିଶ୍ୱକପରେ ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ପ୍ରଥମ ଭାରତୀୟ ଭାବେ ଫାଇନାଲକୁ ଯାଇଥିଲେ। ସେ ପ୍ରଥମ ସେମିଫାଇନାଲରେ ଚୀନର ଟାନ ଝୋଙ୍ଗୟୀଙ୍କୁ ପରାସ୍ତ କରିଥିଲେ। ଏହାପରେ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଦ୍ଵିତୀୟ ସେମି ଫାଇନାଲର ଟାଇବ୍ରେକ୍ରେ ଚୀନର ଲି ଟିଙ୍ଗଜିଙ୍କୁ ୫-୩ରେ ହରାଇ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ।
ଏହି ଉପଲବ୍ଧି ସହ ଉଭୟ ଦିବ୍ୟା ଓ ହମ୍ପି ୨୦୨୬ କ୍ୟାଣ୍ଡିଡେଟ୍ସ ପ୍ରତିଯୋତିକାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
Tags: #WomensChessWorldCup #FIDE #Chess












