ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ପ୍ରତ୍ୟେକ କାର୍ଯ୍ୟରେ ଲୋଡ଼ାଯାଉଛି ‘ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା’। ଫଟୋ ହେଉ କି ଭିଡିଓ, ଗବେଷଣା ହେଉ କି ପରାମର୍ଶ, ଏସବୁ ପାଇଁ ‘ଏଆଇ’ର ବହୁଳ ବ୍ୟବହାର କରାଯାଉଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା କେତେ ଠିକ୍?

ଚାଟ୍‌ଜିପିଟି ବ୍ୟବହାରକାରୀଙ୍କୁ ଓପନ୍ ଏଆଇ କମ୍ପାନିର ସିଇଓ ସାମ୍ ଅଲ୍ଟମ୍ୟାନ୍ ଏନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ଚାଟ୍‌ଜିପିଟିକୁ କେବଳ ଏକ ଏଆଇ ଟୁଲ୍‌ ନୁହେଁ, ବରଂ ପରାମର୍ଶଦାତା ଭାବେ ବ୍ୟବହାର କରୁଛନ୍ତି ଯୁବପିଢ଼ି ଏବଂ କଲେଜ ଛାତ୍ରଛାତ୍ରୀ। ଜୀବନର ବଡ଼ ନିଷ୍ପତ୍ତି, ଯେପରି କ୍ୟାରିୟର ବାଛିବା କିମ୍ବା ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ମଧ୍ୟ ଚାଟ୍‌ଜିପିଟି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି।

ଏହା ସମାଜ ପାଇଁ ବିପଜ୍ଜନକ ହୋଇପାରେ, କାରଣ ଏଆଇ ମଣିଷର ମାନସିକ ଓ ସାମାଜିକ ନିଷ୍ପତ୍ତିକୁ ପୂରାପୂରି ବଦଳାଇ ଦେଇପାରେ ବୋଲି ଚେତାଇ ଦେଇଛନ୍ତି ସାମ୍ ଅଲ୍ଟମ୍ୟାନ୍।

Tags: #SamAltman #ChatGPT #AI

Comment