ଓଡ଼ିଶାଲାଇଭ୍ ବ୍ୟୁରୋ

ବାଂଲାଦେଶ ଢାକା ସ୍ଥିତ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ ଶୁକ୍ରବାର ଦିନ ଓଡ଼ିଶାଲାଇଭର ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୁଡିଓ ଏବଂ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଓଡ଼ିଶାଲାଇଭ୍ ଟିମ୍ ସହ ଆଲୋଚନା କରିଥିଲେ।

ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ ଉଭୟ ସ୍ୱାସ୍ଥ୍ୟପ୍ଲସ ଏବଂ ଓଡ଼ିଶାଲାଇଭ୍ କାର୍ଯ୍ୟାଳୟର ସଦସ୍ୟଙ୍କ ସହ ‘ଚାଟ୍ ଜିପିଟି’ ସମ୍ପର୍କରେ ଆଲୋଚନା କରିଥିଲେ। ‘ଚାଟ ଜିପିଟି’ କିଭଳି ନୂତନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାଧନ ଭାବେ ଗଣମାଧ୍ୟମ କ୍ଷେତ୍ରରେ ସହାୟକ ହୋଇପାରୁଛି ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହା ସହିତ ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିବା ଲାଗି ସେ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ।

ଓଡ଼ିଶାଲାଇଭର ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀଙ୍କୁ ସ୍ଵାଗତ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଗଣମାଧ୍ୟମର ବିଭିନ୍ନ ଦିଗ ବିଷୟରେ କିଛି ସମୟ ଆଲୋଚନା ହୋଇଥିଲା।

ସେହିପରି ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟ ପରିଦର୍ଶନ ବେଳେ ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥଙ୍କ ସହ ଉଜ୍ଜ୍ଵଳ ଅନୁ ଚୌଧୁରୀ ‘ଚାଟ ଜିପିଟି’ ସହ ନୂଆ ନୂଆ ଟେକ୍ନୋଲୋଜି ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଉଜ୍ଜ୍ଵଳ ଅନୁ ଚୌଧୁରୀ ପୂର୍ବରୁ ପୁଣେ ସ୍ଥିତ ସିମ୍ବୋସିସ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଛନ୍ତି।

Tags: #ProfUjjwalKChowdhury #OdishaLIVEandSwasthyaPlus #Interaction #ChatGPT

Comment