ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁ ଦାଣ୍ଡରେ ଦିନେ କବାଡ଼ି କବାଡ଼ି କହି ଖେଳୁଥିଲେ ପିଲାମାନେ। ଭାରତର ଏହି ପୁରାତନ ଖେଳ ଆଜି ବିଶ୍ଵରେ ଲୋକପ୍ରିୟ ହେବାରେ ଲାଗିଛି। କବାଡ଼ିର ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ଆଣିଛି ଅନେକ ଗୌରବ।

ଏସିଆନ୍ ଗେମ୍ସ ହେଉ କି ଏସିଆନ୍ କବାଡ଼ି ଚାମ୍ପିଅନସିପ ସବୁଥିରେ ଭାରତୀୟ ପୁରୁଷ ଓ ମହିଳା ଦଳ ହାସଲ କରିଛନ୍ତି ଅନେକ ସ୍ଵର୍ଣ୍ଣ ପଦକ। କବାଡ଼ି ବିଶ୍ଵକପରେ ମଧ୍ୟ ଦବଦବା ରହିଛି ଭାରତର। ତିନୋଟି ଯାକ ବିଶ୍ଵକପ ଟାଇଟଲ ରହିଛି ଭାରତ ନାଁରେ। ଏହାରି ମଧ୍ୟରେ ଅନୁପ କୁମାର, ଅଜୟ ଠାକୁର, ପ୍ରଦୀପ ନରୱାଲ, ମଞ୍ଜୀତ ଚିଲରଙ୍କ ଭଳି ଖେଳାଳି ଭାରତୀୟ କବାଡ଼ିକୁ ଆହୁରି ଉଚ୍ଚ ସ୍ତରକୁ ନେଇଛନ୍ତି।

ଏବେ କବାଡ଼ିକୁ ଅଧିକ ଲୋକପ୍ରିୟ କରିଛି ଭାରତର ପ୍ରୋ କବାଡ଼ି ଲିଗ୍। ଏହି ଲିଗ୍ ଆସିବା ପରେ କବାଡ଼ି ଘରେ ଘରେ ପରିଚିତ ହୋଇପରିଛି। ନୂଆ ପିଢ଼ିର ଖେଳାଳିଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି ଏହି ଲିଗ୍।

Tags: #Kabaddi #ProKabaddiLeague #Sports

Comment