ଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେବାକୁ ଯାଉଛି ୬୭ତମ ରାଜ୍ୟ ସିନିୟର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା। ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଏହି ପ୍ରତିଯୋଗିତା ଚାଲିବ।

ଓଡ଼ିଶା କବାଡ଼ି ସଂଘ ଓ ଝାରସୁଗୁଡ଼ା ଜିଲ୍ଲା କବାଡ଼ି ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ସମସ୍ତ ଅନୁବନ୍ଧିତ ଜିଲ୍ଲା ଓ ଅନୁଷ୍ଠାନର ପୁରୁଷ ଓ ମହିଳା କବାଡ଼ି ଟିମ୍‌ ଅଂଶଗ୍ରହଣ କରିବେ।

ଏହି ପ୍ରତିଯୋଗିତାରେ ଯେଉଁ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେମାନେ ଓଡ଼ିଶା ସିନିୟର କବାଡ଼ି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ। ଏଥିରୁ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ପୁରୁଷ ଓ ମହିଳା ଟିମ୍‌ ଚୟନ କରାଯିବ ବୋଲି ଓଡ଼ିଶା କବାଡ଼ି ସଂଘର ସଂପାଦକ ଅଜୟ ବେହେରା ସୂଚନା ଦେଇଛନ୍ତି।

Comment