ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ଜିଆରେ ହୋଇଥିବା ଫିଡେ ମହିଳା ଚେସ୍ ବିଶ୍ୱକପ୍ ୨୦୨୫ରେ ଇତିହାସ ରଚିଛନ୍ତି ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ। ପ୍ରଥମ ଭାରତୀୟ ମହିଳା ଭାବେ ଚେସ୍ ବିଶ୍ୱକପ୍ ଚାମ୍ପିୟନ ହୋଇଛନ୍ତି ୧୯ ବର୍ଷୀୟ ଦିବ୍ୟା। ଫାଇନାଲର ଟାଇବ୍ରେକରରେ ସେ ଭାରତର ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ହରାଇଛନ୍ତି।
ଦିବ୍ୟା ଓ ହମ୍ପିଙ୍କ ମଧ୍ୟରେ ଫିଡେ ମହିଳା ବିଶ୍ୱକପ୍ ଫାଇନାଲର ପ୍ରଥମ ଏବଂ ଦ୍ୱିତୀୟ ଗେମ ଡ୍ର ରହିଥିଲା। ଏହା ଫଳରେ ମ୍ୟାଚଟି ଟାଇବ୍ରେକରକୁ ଯାଇଥିଲା। ଉଭୟଙ୍କ ମଧ୍ୟରେ ପ୍ରଥମ ରାପିଡ୍ ଟାଇବ୍ରେକର ମଧ୍ୟ ଡ୍ର’ ଥିଲା। ତା’ପରେ ଦ୍ୱିତୀୟ ଟାଇବ୍ରେକରରେ ଜିତି ନେଇଥିଲେ ଦିବ୍ୟା।
ଗତ ବର୍ଷ ଦିବ୍ୟା ଜୁନିୟର ବିଶ୍ୱ ଚାମ୍ପିୟନ୍ ହୋଇଥିଲେ। ଏବେ ସେ ମହିଳା ଚେସ୍ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛନ୍ତି।
ଏପର୍ଯ୍ୟନ୍ତ କୌଣସି ଭାରତୀୟ ମହିଳା ଚେସ୍ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ନଥିଲେ, ଏଥର ଏହି ଟୁର୍ଣ୍ଣାମେଣ୍ଟର ଉଭୟ ଫାଇନାଲିଷ୍ଟ ଭାରତର ଖେଳାଳି ଥିଲେ।
Tags: #DivyaDeshmukh #WomensChessWorldCup #FIDE #Chess













