ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏପରି ଏକ ଗାଁ ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଏହା ହେଉଛି ବିଶ୍ଵର ସବୁଠାରୁ ଧନୀ ଗାଁ। ଏହି ଗ୍ରାମରେ ରହୁଥିବା ଲୋକେ ଭାରତର ଅନେକ ସହରରେ ରହୁଥିବା ଲୋକଙ୍କଠାରୁ ଅଧିକ ଧନୀ। ଗୁଜୁରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ ଏହି ଗାଁର ନାମ ହେଉଛି ‘ମାଧାପାର୍’।
‘ମାଧାପାର’ରେ ୨୦ ହଜାର ଲୋକ ବସବାସ କରୁଥିବା ବେଳେ ଗାଁରେ ୧୭ଟି ବ୍ୟାଙ୍କ ରହିଛି। ଏହି ସବୁ ବ୍ୟାଙ୍କରେ ଗାଁ ଲୋକଙ୍କ ପ୍ରାୟ ୫,୦୦୦ କୋଟି ଟଙ୍କାର ଜମା ରହିଛି। ଏହି ଗାଁରେ ଥିବା ବିଦ୍ୟାଳୟ, କଲେଜ ଏବଂ ଡାକ୍ତରଖାନାରେ ଉନ୍ନତ ମାନର ସୁବିଧା ଉପଲବ୍ଧ ରହିଛି।
‘ମାଧାପାର’ ଗାଁର ଅଧିକାଂଶ ଲୋକ ବିଦେଶରେ କାମ କରନ୍ତି। ଗାଁର ୬୫ ପ୍ରତିଶତ ଲୋକ ଏନଆରଆଇ। ସେମାନେ ନିଜ ପରିବାରକୁ ପ୍ରଚୁର ଟଙ୍କା ପଠାନ୍ତି। ସେହିପରି କିଛି ଲୋକ ଦୀର୍ଘ ବର୍ଷ ଧରି ବିଦେଶରେ ରହିବାପରେ ଏଠାକୁ ଆସି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଭଲ ରୋଜଗାର ମଧ୍ୟ କରୁଛନ୍ତି।
Tags: #Madhapar #RichestVillage #InterestingFacts #Fact&Stats












