ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ନାୟିକା ତନୁଶ୍ରୀ ଦତ୍ତା ଏବେ ‘ବିଗ୍‌ବସ୍ ସିଜିନ -୧୨’ରେ ପ୍ରତିଯୋଗୀ ଭାବେ ଆସୁଛନ୍ତି। ହେଲେ ଆପଣ ଜାଣନ୍ତି ସେ କିପରି କ୍ୟାରିଅର ବରବାଦ୍‌ କରିଥିଲେ?

ତନୁଶ୍ରୀ ଦତ୍ତ ୨୦୦୪ରେ ‘ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସ’ ହେବା ପରେ ଗ୍ଲାମର ଲାଇନ୍‌କୁ ଆସିଥିଲେ। ସେ ୨୦୦୩ରେ ଫେମିନା ମିସ୍ ଇଣ୍ଡିଆ ବନିଥିଲେ। ଏକ ମ୍ୟୁଜିକ୍‌ ଭିଡିଓ ‘ମୁୟାଁ ଦିଲ୍ ମେଁ ଆନା ରେ’ ରେ ନଜର ଆସିଥିଲେ। ଏହା ସୁପରହିଟ୍ ହୋଇଥିଲା।

୨୦୦୫ରେ ରିଲିଜ୍‌ ହୋଇଥିବା ସୁପରହିଟ୍ ଫିଲ୍ମ ‘ଆଶିକ୍ ବନାୟା ଆପ୍‌ନେ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ତନୁଶ୍ରୀ। ଏହାପରେ ତାଙ୍କୁ ଚକୋଲେଟ୍‌, ଡିପ୍‌ ଡାର୍କ ସିକ୍ରେଟ୍ସ, ରକୀବ୍‌, ଢ଼ୋଲ୍‌, ରିସ୍କ୍, ଗୁଡବୟ, ବ୍ୟାଡ୍ ବୟ, ସ୍ପିଡ୍, ସାସ୍ ବହୂ ଔର୍‌ ସେନସେକ୍ସ, ରାମା, ରୋକ୍‌ ଓ ଆପର୍ଟମେଣ୍ଟ ଆଦି ସିନେମାରେ ଅଭିନୟ କରିଥିଲେ।

ତନୁଶ୍ରୀ ଦତ୍ତ ୨୦୧୦ରେ ବଲିଉଡ ଛାଡ଼ିଥିଲେ। ୨୦୧୨ରେ ଏହି ସେକ୍ସି ନାୟିକା ନିଜର ଲଣ୍ଡା ଚେହେରା ପାଇଁ ବେଶ୍‌ ଚର୍ଚ୍ଚିତା ହୋଇଥିଲେ। ସେ ଏବେବି ସିଙ୍ଗଲ ଅଛନ୍ତି। ତନୁଶ୍ରୀ ବିବାହ ସମ୍ପର୍କରେ କହିଛନ୍ତି ଯେ, ଯେବେ ବି ତାଙ୍କୁ ଉପଯୁକ୍ତ ବ୍ୟକ୍ତି ମିଳିବେ, ସେ ତତକ୍ଷଣାତ୍‌ ବିବାହ କରିବାର ନିଷ୍ପତ୍ତି ନେବେ।

ସମ୍ପ୍ରତି ତନୁଶ୍ରୀ ଦତ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଛନ୍ତି। ଏବେ ବିଗ୍‌ବସ୍‌ ସିଜିନ୍‌ ୧୨ରେ ସେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରୁଥିବା ଜଣାଯାଇଛି। ସଲମାନ୍‌ ଖାନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ନାନାଙ୍କ ବିରୋଧରେ ଅଭିଯୋଗ ଆଣି ତନୁଶ୍ରୀ କରିଥିଲେ ନିଜର କ୍ଷତି ‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍‌ ତନୁଶ୍ରୀ ଦତ୍ତ। ପ୍ରାୟ ୮ ବର୍ଷ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ କିନ୍ତୁ ଥରେ ଜଣେ ବରିଷ୍ଠ ଅଭିନେତାଙ୍କ ବିରୋଧରେ ଅଶାଳୀନ ବ୍ୟବହାରର ଅଭିଯୋଗ ଆଣି ବିବାଦରେ ଫସିଥିଲେ।

ଏହି ଅଭିନେତା ଜଣକ ହେଲେ ନାନା ପାଟେକର୍‌। ନାନା ପାଟେକର୍‌ ଜଣେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତା। ସେ ମେଦୁଲ କୁମାରଙ୍କ ସୁପରହିଟ୍ ଫିଲ୍ମ ‘କ୍ରାନ୍ତିବୀର’ରେ ଚମକପ୍ରଦ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

ନାନା ପାଟେକର ଓ ତନୁଶ୍ରୀ ଦତ୍ତା ସେତେବେଳେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଟାଇଟଲରେ ଏକ ଫିଲ୍ମରେ ଅଭିନୟ କରୁଥିଲେ। ସେହି ସିନେମାର ଆଇଟମ୍ ନମ୍ବରର ପିକଚରାଇଜେସନ୍‌ ଚାଲିଥାଏ। ତନୁଶ୍ରୀ ଅନୁଭବ କଲେ ଯେମିତି ନାନା ତାଙ୍କର ଅଙ୍ଗକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି।

ତନୁଶ୍ରୀ କହିଥିଲେ ଯେ, ହଠାତ୍‌ ନାନା ପାଟେକର ତାଙ୍କୁ ନିଜ ବାହୁବନ୍ଧନରେ ଛନ୍ଦି ରଖି ଡ୍ୟାନ୍ସ ଷ୍ଟେପ୍‌ ଶିଖାଇଥିଲେ। ନାନା ତାଙ୍କ ସହିତ ବେଶି ଅନ୍ତରଙ୍ଗ ହେବାର ଦେଖି ତନୁଶ୍ରୀ କୌଣସି ମତେ ନାନା ପାଟେକରଙ୍କ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ଭ୍ୟାନିଟି ଭ୍ୟାନ୍‌ରେ ପଶିଗଲେ।

ସେତେବେଳେ ତନୁଶ୍ରୀଙ୍କ ମାଆ ମଧ୍ୟ ସୁଟିଂ ସେଟରେ ଉପସ୍ଥିତ ଥିଲେ। ଏହି ଅଘଟଣ ପରେ ତନୁଶ୍ରୀଙ୍କ ମାଆ କେତେକ ସାମ୍ବାଦିକଙ୍କୁ ସେଟ୍‌କୁ ଡକାଇ ଆଣିଲେ ଓ ସେ ସମ୍ପର୍କରେ ସୂଚନା ଦେଲେ। ହେଲେ ସାମ୍ବାଦିକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ନାନା ପାଟେକର ସେତେବେଳେ ସୁଟିଂ ସେଟ୍‌ ଛାଡ଼ି ଚାଲିଯାଇଥିଲେ।

ଏହାପରେ ତନୁଶ୍ରୀ ଦତ୍ତ ପୁଲିସ ଥାନାରେ ନାନା ପାଟେକରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନାନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାକୁ ନେଇ ତନୁଶ୍ରୀ କ୍ଷୁବ୍ଧ ହୋଇଥିଲେ। ଏହାପରେ ତନୁଶ୍ରୀଙ୍କର କ୍ୟାରିଅର୍‌ ବରବାଦ୍‌ ହୋଇଗଲା ଓ ସେ ବଲିଉଡରୁ ଦୂରେଇ ଯାଇଥିଲେ।

Comment