ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପ୍ରତ୍ୟେକ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କଲେଜରେ ତୁରନ୍ତ ଆଇସିସି ଗଠନ ନକଲେ ଦରମା ବନ୍ଦ ହେବ ବୋଲି ତାଗିଦ କରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏକ ମାସ ଭିତରେ ସମସ୍ତ କଲେଜରେ ଆଇସିସି ଗଠନ କରିବାକୁ ଟାର୍ଗେଟ ଦିଆଯାଇଛି। ଅନ୍ୟ ପଟେ ଯେଉଁମାନେ ମିଛ ଅଭିଯୋଗ କରିବେ, ‌ପିଓଏସଏଚ ବା ‘ପୋସ୍’ ଆକ୍ଟ ଅନୁସାରେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆକ୍ଟ ସମ୍ପର୍କରେ ବ୍ଲକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ବାଲେଶ୍ଵର ଏଫଏମ କଲେଜ ଘଟଣା ପରେ ରାଜ୍ୟର ସମସ୍ତ କଲେଜରେ ଆଇସିସି ଗଠନ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।

Tags: #ICC #College #PravatiParida #Odisha

Comment