ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିନିକିଆ ବାଲେଶ୍ଵର ଗସ୍ତ କରିଛନ୍ତି। ଶୁକ୍ରବାର ସେ ଜିଲ୍ଲାର ତାଳସାରି ଏବଂ ଚାନ୍ଦିପୁର ବେଳାଭୂମି ପରିଦର୍ଶନ କରିବା ସହ ଏଠାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ବାଲେଶ୍ଵରରେ ପହଞ୍ଚିବା ପରେ ତାଙ୍କୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ସ୍ଵାଗତ କରିଥିଲେ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନୀୟ ପାନ୍ଥନିବାସରେ ଅଳ୍ପ ସମୟ ବିତାଇବା ପରେ ଉପମୁଖ୍ୟମନ୍ତ୍ରୀ ତାଳସାରି ବେଳାଭୂମି ପରିଦର୍ଶନରେ ବାହାରିଥିଲେ। ଓଡ଼ିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲବନ୍ତ ସିଂହ ମଧ୍ୟ ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ଏହି ବେଳାଭୂମି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ନିର୍ମାଣଧିନ ଆଡ଼ି ବନ୍ଧ, ରାସ୍ତା ନିର୍ମାଣ, ଆଲୋକୀକରଣ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ।

ଏହାପରେ ସେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ସୁଶାନ୍ତ କୁମାର ଶତପଥୀଙ୍କ ଗ୍ରାମକୁ ଯାଇଥିଲେ। ସେଠାରେ ସେ ସୁଶାନ୍ତଙ୍କ ପରିବାର ବର୍ଗଙ୍କ ସହ ସାକ୍ଷତ କରିଥିଲେ।

ଏହି ଅବସରରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

Tags: #PravatiParida #DeputyCM #BaleswarVisit #Odisha

Comment