ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର। ଦୁଇ ସପ୍ତାହର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ସେ। ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଦିନ ଅନ୍ତିମ ସଂସ୍କାର କରାଯାଇଛି।

ରବିବାର ଦିନ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର। ବିଭିନ୍ନ ଦଳର ରାଜନେତା ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ପୈତୃକ ଗାଁ ବାୟାବରକୁ ଯାଇଥିଲା ମରଶରୀର। ସେଠାରେ ମୁସଲିମ୍ ପ୍ରଥା ଅନୁଯାୟୀ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଥିଲା।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ ତାରିଖରେ ଜଣେ ନାବାଳିକାଙ୍କୁ ରାସ୍ତାରେ ଅଟକାଇ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ଅଗଷ୍ଟ ୨ ତାରିଖରେ ସେ ଆଖି ବୁଜି ଥିଲେ।

ଅନ୍ୟପଟେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି।

Tags: #Pipili #BalangaVictim #Death #LastRite #BurningCase #Puri

Comment