ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ ଡିଫେନ୍ସ ଏକାଡେମୀରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଶ୍ରାବଣୀ ଦାସ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ରୀ ଶ୍ରାବଣୀ ଦାସ, ସର୍ଭିସ ସିଲେକ୍ସନ ବୋର୍ଡ ଇଣ୍ଟରଭ୍ୟୁରେ କୃତକାର୍ଯ୍ୟ ହୋଇ ଏନଡିଏ ପାଇଁ ଚୟନ ହୋଇଛନ୍ତି।

ଶ୍ରାବଣୀଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏ ନେଇ ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, “ଶ୍ରାବଣୀ ଦାସ ପ୍ରଥମ ଓଡ଼ିଆ ଝିଅ ଭାବେ ଏନଡିଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ”।

ପୂର୍ବରୁ ଏନଡିଏରେ କେବଳ ପୁଅମାନେ ଭର୍ତ୍ତି ହେଉଥିଲେ। ୨୦୨୧ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଝିଅମାନଙ୍କୁ ଏନଡିଏ ପରୀକ୍ଷାରେ ଅଂଶଗ୍ରହଣ କରିବାର ଅନୁମତି ମିଳିଥିଲା। ପ୍ରତିବର୍ଷ ଏହି ପରୀକ୍ଷା ୟୁପିଏସସି ଦ୍ୱାରା ଆୟୋଜିତ ଥାଏ।

Tags: #NDA #SSBInterview #ShrabaniDas #Odisha

Comment