ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ। ଏହି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଛାତ୍ରୀ ଜଣଙ୍କ ଦେହରେ ଅନ୍ୟ କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛି।

ସୋମବାର ସକାଳେ ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଛାଟ ପଟ ହେଉଥିଲେ। ହସ୍ପିଟାଲ ନେଇଯିବାକୁ ବିକଳ ହେଉଥିଲେ। ଗ୍ରାମବାସୀ ନାବାଳିକା ଦେହରୁ ନିଆଁ ଲିଭାଇବାକୁ ଚେଷ୍ଟ କରିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ଛାତ୍ରୀ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇଥିଲେ ନା ଆଉ କେହି ତାଙ୍କୁ ପୋଡ଼ି ଦେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ମୃତ୍ୟୁ ପୂର୍ବରୁ ସେ ଅନେକ କଥା କହିଥିବା ସୂଚନା ମିଳିଛି। ଏପଟେ ଏହି ଘଟଣା ତଦନ୍ତ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି।

Tags: #Student #Death #Investigation #Bargarh

Comment