ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧୀନତା ଦିବସ ଅବସରରେ ମୋଟ ୧,୦୦୯ ଜଣ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବା କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକ ପ୍ରଦାନ କରାଯିବ। ଏଥିମଧ୍ୟରୁ ୨୩୩ ଜଣଙ୍କୁ ସାହସିକ ପଦକ, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଓଡ଼ିଶାର ୯ ଜଣଙ୍କୁ ସାହସିକତା ପଦକ ଓ ବିଶିଷ୍ଟ ସେବା ପାଇଁ ଦୁଇ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ।

ବିଶିଷ୍ଟ ସେବା ପାଇଁ ଏଏସପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବାକୁ ଥିବାବେଳେ ଏସ୍ଆଇ ଅମରେଶ ନରେନ୍ଦ୍ର, କନଷ୍ଟେବଳ ଜିତେନ୍ଦ୍ର ନାୟକ, ଓଏପିଏଫ ଅର୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଳଦାର ଅଶ୍ଵିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ ଓ ଅଭିମନ୍ୟୁ ମାଝୀ ପାଇବେ ସାହସିକ ପଦକ।

ସେହିପରି ଓଡ଼ିଶାର ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। ଏଆଇଜି ମହେଶ୍ଵର ସେଠୀ, ଏଏସପି ପ୍ରଦୀପ ପ୍ରଧାନ, ଦେବେନ୍ଦ୍ର ଦାସ, ଡିଏସପି ଆଶିଷ ରାଉତ, ଇନ୍ସପେକ୍ଟର ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ ମିର୍ଦ୍ଧା, ଏଏସଆଇ ଅରୁଣ ସାମନ୍ତ, ଅରବିନ୍ଦ ଦାସ, କନଷ୍ଟେବଳ ଚିନ୍ମୟୀ ରାଉତଙ୍କୁ ଏହି ପଦକ ପ୍ରଦାନ କରାଯିବ।

Tags: #RepublicDay #DistinguishedServiceMedal #GallantryAwards #Police #PresidentofIndia #HomeMinistry #India

Comment