ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣେ ଭିନ୍ନ ଅଭିନେତା ଅଶ୍ରୁମୋଚନ ମହାନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛନ୍ତି।

‘ଚକା ଆଖି ସବୁ ଦେଖୁଛି’, ‘ଉଦଣ୍ଡୀ ସୀତା’, କାଶିଆ କପିଳା’ ଆଦି ଅଶ୍ରୁମୋଚନ ମହାନ୍ତିଙ୍କ ଅଭିନୀତ ଲୋକପ୍ରିୟ ଓଡ଼ିଆ ସିନେମା। ଫିଲ୍ମ ସହ ଅନେକ ମେଗା ଧାରାବାହିକରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଅଭିନୟ ସହ ଯାତ୍ରା ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି।

ପିଲାଟି ଦିନରୁ ଅଭିନୟ ପ୍ରେମରେ ପଡ଼ିଥିଲେ ଅଶ୍ରୁମୋଚନ। କିନ୍ତୁ ବଡ଼ ହେବା ପରେ ଭାବିଲେ ଭାରତୀୟ ସେନାରେ ଯୋଗ ଦେବେ। ତେବେ ଅଭିନୟ ନିଶା ତାଙ୍କୁ ପୁଣି ପୂର୍ବ ସ୍ଵପ୍ନକୁ ଫେରାଇ ନେଇଥିଲା। ନିଶା କେବେ ପେସାରେ ପରିଣତ ହେଇଗଲା ଜଣାପଡ଼ି ନଥିଲା ବୋଲି କୁହନ୍ତି ଅଶ୍ରୁମୋଚନ ମହାନ୍ତି।

ସିନେମାରେ କ୍ୟାରିୟର କରିବା ପାଇଁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା ଅଶ୍ରୁମୋଚନଙ୍କୁ। ଦିନ ଥିଲା ଭୁବନେଶ୍ୱରରେ ଚଳିବା ପାଇଁ ତାଙ୍କୁ କେତେବେଳେ ହଳଦୀ ବ୍ୟବସାୟ ତ କେତେବେଳେ ଠୁଙ୍ଗା ବିକ୍ରି କରିବାକୁ ପଡ଼ୁଥିଲା।

ଅଶ୍ରୁମୋଚନ ମହାନ୍ତି କହିଛନ୍ତି, ବରିଷ୍ଠ ଅଭିନେତା ବ୍ୟୋମକେଶ ତ୍ରିପାଠୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ତାଙ୍କ ଜୀବନକାଳ ମଧ୍ୟରେ ସେ ଅନେକ ନାଟକର ନିର୍ଦ୍ଦେଶନା ଦେବା ସହ ଅଧିକାଂଶ ନାଟକରେ ଅଭିନୟ ମଧ୍ୟ କରିଛନ୍ତି। ସେ ଥିଲେ ଜଣେ ନିଖୁଣ ଅଭିନେତା। ତାଙ୍କ ଅଭିନୀତ ସିନେମା ଦର୍ଶକଙ୍କୁ ଖୁବ୍ ଛୁଁ ଥିଲା। ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଅଭିନେତା ଅଶ୍ରୁମୋଚନ ମହାନ୍ତା ଅନେକ କଥା କହିଛନ୍ତି। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #OllywoodActor #EmotionalJourney #Odia Cinema #TearsOfSuccess #AshrumochanMohanty

Comment