ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଅକ୍ଟୋବର ମାସ ୪ ଓ ୫ ତାରିଖରେ ହେବ ପୋଲିସ ସବଇନ୍ସପେକ୍ଟର (ଏସଆଇ) ପରୀକ୍ଷା। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏସଆଇ ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରାଯାଇଛି। ଏ ନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଅପ୍ଟିକାଲ ମାର୍କ ରେକୋଗନେସନ ବା ଓଏମଆର ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ସେପ୍ଟେମ୍ବର ୨୦ ତାରିଖ ପରେ odishapolice.gov.in ଓ୍ଵେବସାଇଟ୍ରୁ ଆଡମିଟ୍ କାର୍ଟ ଡାଉନଲୋଡ କରିପାରିବେ ଆଶାୟୀ।
ତେବେ ପୂର୍ବରୁ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ଏହି ପରୀକ୍ଷା ହେବା ସ୍ଥିର ହୋଇଥିଲା। କିନ୍ତୁ ସେହିଦିନ ଓପିଏସସିର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି। ଗୋଟିଏ ତାରିଖରେ ଦୁଇଟି ପରୀକ୍ଷା ଥିବାରୁ ଆଶାୟୀ କେଉଁ ପରୀକ୍ଷା ଦେବେ ତାକୁ ନେଇ ଦ୍ଵନ୍ଦ୍ଵରେ ରହିଥିଲେ। ଏବେ ସେମାନଙ୍କ ଦ୍ଵନ୍ଦ୍ଵ ଦୂର ହୋଇଛି।
Tags: #OdishaPoliceRecruitmentBoard #PoliceSIExam #Notice #Career #Odisha


















