ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ କମ୍ପାନି ନାଲକୋ ନିଜ ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ, ସୁରକ୍ଷା ଏବଂ ଜୀବିକାକୁ ସୁରକ୍ଷିତ କରିବା ଲାଗି ସଂସ୍କାର ଆଣିଛି। ଏହି ପଦକ୍ଷେପ ଯୋଗୁଁ ସେମାନଙ୍କ ଦକ୍ଷତା ବିକାଶ, ସାମାଜିକ ସୁରକ୍ଷା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଦ୍ୱାର ଖୋଲିଛି।

ନାଲକୋ ନିଜର କର୍ମଚାରୀମାନଙ୍କ ସ୍ଵାର୍ଥକୁ ସବୁବେଳେ ଗୁରୁତ୍ଵ ଦେଇଆସୁଛି। ନିଜ କର୍ମଚାରୀମାନଙ୍କ ଲାଗି ସମୁହ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯୋଜନା ଆରମ୍ଭ କରିଛି ନାଲକୋ।

ଏହା ଅନ୍ତର୍ଗତ କମ୍ପାନିର ସ୍ଥାୟୀ କର୍ମଚାରୀଙ୍କୁ ୧ କୋଟି ଟଙ୍କାର ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରାଯିବ। କେବଳ ନିୟମିତ କର୍ମଚାରୀ ନୁହନ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ବୀମା ସୁବିଧା ରହିଛି। ଯଦି ଡ୍ୟୁଟି ସମୟରେ କୌଣସି ଚୁକ୍ତିଭିତ୍ତିକ କର୍ମଚାରୀଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରାଯିବ। ସେହିପରି ଡ୍ୟୁଟି ସମୟରେ ଦୁର୍ଘଟଣାରେ ଶାରୀରିକ ଭାବେ ଅକ୍ଷମ ହେଲେ ୧୦ ଲକ୍ଷ ଟଙ୍କାର ବୀମା ସହାୟତା ପାଇଁ ନାଲକୋ ପକ୍ଷରୁ ବ୍ୟବସ୍ଥା ହୋଇଛି।

ଏଥିପାଇଁ ନାଲକୋ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏବଂ ଅନ୍ୟ ସହଯୋଗୀ ବ୍ୟାଙ୍କଗୁଡ଼ିକର ସହ ଚୁକ୍ତି କରିଛି।

Tags: #NALCO #SocialSecurity #AccidentInsurance

Comment