ଓଡ଼ିଶାଲାଇଭ୍ ବ୍ୟୁରୋ
ଡାକ୍ତରୀ ପାଠ ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସରକାରୀ ମେଡିକାଲ କଲେଜଗୁଡ଼ିକରେ ବଢ଼ିବ ସିଟ୍ ସଂଖ୍ୟା। ଆଗାମୀ ୩ ବର୍ଷ ମଧ୍ୟରେ ସିଟ୍ ସଂଖ୍ୟାରେ ପ୍ରାୟ ୧୦ ହଜାର ବୃଦ୍ଧି ହେବ। ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।
୫,୦୨୩ଟି ଏମବିବିଏସ ସିଟ୍ ସଂଖ୍ୟା ବଢ଼ିବ ଓ ପିଜି ସିଟ୍ ସଂଖ୍ୟା ୫ ହଜାର ବୃଦ୍ଧି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଅନୁମୋଦନ ମିଳିଛି।
ଆଗାମୀ ୩ ବର୍ଷ ମଧ୍ୟରେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଏହି ସିଟ୍ ସଂଖ୍ୟା ବୃଦ୍ଧି ହେବ। ଏଥିପାଇଁ ୧୫,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏଥିମଧ୍ୟରୁ କେନ୍ଦ୍ର ସରକାର ୧୦,୩୦୩ କୋଟି ଟଙ୍କା ଖର୍ଚ୍ଚ କରିବେ ଓ ରାଜ୍ୟ ସରକାର ୪,୭୩୧ କୋଟି ଟଙ୍କା ଦେବେ। ଗୋଟିଏ ମେଡିକାଲ ସିଟ୍ ପାଇଁ ବର୍ଦ୍ଧିତ ଖର୍ଚ୍ଚ ଆସିବ ପ୍ରାୟ ଦେଢ଼ କୋଟି ଟଙ୍କା।
Tags: #MedicalSeat #GovtMedicalCollege #UnionCabinetApproval










