ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରୀ ୧ରୁ ଲାଗୁ ହେବ ଏହି ସୁବିଧା।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ପରିଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏଣିକି ସବୁ ସରକାରୀ ମେଡିକାଲ କ ଲେଜରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ। ଉଭୟ ବିପିଏଲ୍ ଏବଂ ଏପିଏଲ ଶ୍ରେଣୀର ଲୋକେ ଏଥିରେ ଉପକୃତ ହେବେ। ଫେବ୍ରୁଆରୀ ୧ରୁ ଏହା ଲାଗୁ ହେବ।

ସେହିପରି ବ୍ଲଡବ୍ୟାଙ୍କରୁ ମଧ୍ୟ ବିନାମୂଲ୍ୟରେ ସୁବିଧା ପାଇପାରିବେ ଏପିଏଲ୍ ଓ ବିପିଏଲ ପରିବାର।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୂର୍ବରୁ ମାଗଣା ଚିକିତ୍ସା ସେବା ଗ୍ରାମାଞ୍ଚଳ ସବ୍‌ସେଣ୍ଟରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁଥିଲା। ଏବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜରେ ଏହି ସୁବିଧା ମିଳିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ୧୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

୨୦୧୮ ଅଗଷ୍ଟ ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆରମ୍ଭ ହୋଇଛି। ପ୍ରତି ପରିବାର ଏହି ଯୋଜନାରୁ ବାର୍ଷିକ ୫ ଲକ୍ଷ ଟଙ୍କାର ସୁବିଧା ପାଇପାରିବେ। ମହିଳାମାନେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇବେ।

Comment