ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍ଙ୍କର ଏହା ହେଉଛି ଦ୍ଵିତୀୟ ପାଳି

ପଟେଲଙ୍କ ପରେ କୁନୁଭାଇ ଦେଶାଇ, ଋଷିକେଶ ପଟେଲ, ରାଘବଜୀ ପଟେଲ, ବଲ୍ୱନ୍ତ ସିଂହ ରାଜପୁତ, କୁଆଁରଜି ବୱାଲିୟା, ମୁଲୋଭାଇ ବେରା, କୁବେର ଦିନଦୋର୍‌, ଭାନୁବେନ୍ବାବରିୟା, ହର୍ଷ ସାଙ୍ଘୱି ଜଗଦୀଶ ବିଶ୍ଵକର୍ମା ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି।

ଗାନ୍ଧୀନଗରର ହେଲିପ୍ୟାଡ୍ପଡ଼ିଆରେଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରୀ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଗୁଜରାଟରେ ନିର୍ବାଚନ ପ୍ରଚାର କରିଥିବା ବିଜେପି ମୁଖ୍ୟ ଜେ. ପି. ନଡ୍ଡା, ବରିଷ୍ଠ ନେତା ବି. ଏଲ୍‌. ସନ୍ତୋଷ ଏବଂ ଅନ୍ୟ ସାଂସଦମାନେ ମଧ୍ୟ ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ

Tags: #Gujarat #BhupendraPatel #ChiefMinister #NarendraModi #AmitShah #India

LEAVE A REPLY

Please enter your comment!
Please enter your name here