ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜନୈତିକ ଦଳଙ୍କ ପ୍ରଚାରରେ କମ୍ପୁଛି ପଦ୍ମପୁର। ପଦ୍ମପୁର ଭୋଟରଙ୍କ ମନ ଜିଣିବା ପାଇଁ ଚାଲିଛି ଜୋରଦାର ପ୍ରୟାସ। ଏଥର ପଦ୍ମପୁର ପ୍ରଚାର ମଇଦାନରେ ମୁଖ୍ୟ ଆକର୍ଷଣ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହାଙ୍କ ପାଇଁ ଭୋଟ ମାଗିବେ। ପଦ୍ମପୁରର ତିନୋଟି ବ୍ଲକ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କ’ଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି।

ବିଜେପିର ୪ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଜେଡିକୁ ଉପ-ନିର୍ବାଚନ ଜିତିବାରେ ସହାୟକ ହେବ ବୋଲି ଦଳୀୟ କର୍ମୀମାନେ ଆଶାବାଦୀ ଅଛନ୍ତି।

ପୂର୍ବରୁ ଧାମନଗର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଚାରକୁ ନଯାଇ ଭର୍ଚୁଆଲରେ ପ୍ରଚାର କରିଥିଲେ। ଏବେ ପଦ୍ମପୁର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

Tags: #PadampurBy-election #Chiefminister#NaveenPattanaik #campaign #December2 #Odisha

LEAVE A REPLY

Please enter your comment!
Please enter your name here