ଓଡ଼ିଶାଲାଇଭ୍ ବ୍ୟୁରୋ

 

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ଏକ ହଜାର ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଜିଲ୍ଲାସ୍ତରରେ ସେମାନଙ୍କ ମେଧାବୀ ପିଲାଙ୍କୁ ପୁରସ୍କୃତ କରାଯିବ। ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ। ସମସ୍ତ ତୋଳାଳିଙ୍କୁ ତୋଳାଳି ପରିଚୟ ପତ୍ର ପ୍ରଦାନ କରାଯିବ।

କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର ଜିଏସଟି ରଖିଛନ୍ତି। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ସମସ୍ତେ ଗରିବ ଲୋକ। ତେଣୁ କେନ୍ଦୁପତ୍ର ଉପରୁ ଜିଏସଟି ଉଠାଇବାକୁ କେନ୍ଦ୍ର ନିକଟରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି। ବହୁ ଜନଜାତି ମା’ ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ରାଜ୍ୟର ଏହି ନୀତି ଅନ୍ୟ ରାଜ୍ୟ ପାଇଁ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ ତିନିଥର ଆଲୋଚନା କରିଥିଲେ। ଆଲୋଚନା ପରେ ସେମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ୍ ଘୋଷଣା କରାଯାଇଛି।

Tags: #ChiefMinister #kenduLeaves #NaveenPattanaik #Package #KenduleaveWorkers #Odisha

Comment