ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ୧୦୦ଟି ମେଡିକାଲ ସିଟ୍‌ ବଢ଼ିଲା। ଏନେଇ ମେଡିକାଲ କାଉଁସିଲ ଅଫ୍‌ ଇଣ୍ଡିଆ(MCI) ଅନୁମତି ଦେଇଛି। ତେବେ କେବଳ ଅର୍ଥନୈତିକ ଅନଗ୍ରସର(EWS) ପିଲାଙ୍କ ନାମଲେଖା ପାଇଁ ସିଟ୍‌ ବଢ଼ିଥିବା ସୂଚନା ମିଳିଛି।

ଓଡ଼ିଶାର ବୁର୍ଲା ମେଡିକାଲ କଲେଜରେ ୫୦ ସିଟ୍‌ ବଢ଼ିଛି। ସେହିପରି ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୫ଟି ଲେଖାଏଁ ସିଟ୍‌ ବଢ଼ିଛି।

ବାରିପଦା ଏବଂ କୋରାପୁଟରେ ପୁର୍ବରୁ ୧୦୦ ଟି ସିଟ୍‌ରେ ନାମଲେଖା ହେଉଥିଲା। ଏଣିକି ୧୨୫ଟି ସିଟ୍‌ରେ ନାମ ଲେଖା ହେବ। ସେହିପରି ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ ୧୫୦ଟି ସିଟ୍‌ରେ ନାମଲେଖା ହେଉଥିଲା, ଯାହା ବର୍ତ୍ତମାନ ୨୦୦ ସିଟ୍‌ରେ ହେବ।

Comment