ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩ରେ ଦ୍ଵିତୀୟ ପ୍ରୟାସରେ ସଫଳ ହୋଇଛନ୍ତି ସ୍ୱରୂପିଣୀ ପଟ୍ଟନାୟକ। କଠିନ ପରିଶ୍ରମ ବଳରେ ରାଙ୍କ ୧୨ ରଖି ଏହି ସଫଳତା ହାସଲ କରିଛନ୍ତି କଟକର ସ୍ୱରୂପିଣୀ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବା ସେ କହିଛନ୍ତି।

ସେପ୍ଟେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ଫଳାଫଳ ପ୍ରକାଶ କରାଯାଇଥିଲା।

ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ଓପିଏସସି ଦ୍ଵାରା ପରିଚାଳିତ ଓସିଏସ ପରୀକ୍ଷା-୨୦୨୩ ମେନ ପରୀକ୍ଷା ୨୦୨୫ ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଓ ମେ’ ମାସ ୧୫ ତାରିଖରେ ହୋଇଥିଲା। ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥିଙ୍କ ନିମନ୍ତେ ସେପ୍ଟେମ୍ବର ୬ ଏବଂ ୧୮ ତାରିଖରେ ପର୍ସନାଲିଟି ଟେଷ୍ଟ କରାଯାଇଥିଲା।

Tags: #OCS #OAS #OCSExam2023Result #OPSC #Odisha #SwaroopiniPatnaik #OCSTopper2023

Comment