ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ସ୍ୱରୂପିଣୀ ପଟ୍ଟନାୟକ। ଏହି ପରୀକ୍ଷାରେ ୧୨ତମ ସ୍ଥାନ ହାସଲ କରିଛନ୍ତି ସେ। ଦ୍ୱିତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି।
ପିଲାଟି ବେଳରୁ ପ୍ରଶାସନିକ ସେବାରେ ଯୋଗଦେବାକୁ ସ୍ଵପ୍ନ ରହିଥିଲା ସ୍ଵରୂପିଣୀଙ୍କର। ତାଙ୍କ ବାପା ମଧ୍ୟ ଦିନେ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଚାହୁଁଥିଲେ। ତେବେ କଠିନ ପରିଶ୍ରମ ବଳରେ ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିପାରିଥିବା କହିଛନ୍ତି ସ୍ଵରୂପିଣୀ।
ହାର୍ଡୱାର୍କ ସହ ସ୍ମାର୍ଟୱାର୍କ ପରୀକ୍ଷାରେ ସଫଳ ହେବାର ମୂଳ ମନ୍ତ୍ର ବୋଲି ସ୍ୱରୂପିଣୀ କୁହନ୍ତି।
ସେପ୍ଟେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ, କେତେ ଘଣ୍ଟା ପଢ଼ୁଥିଲେ ଏବଂ କେଉଁ ଷ୍ଟ୍ରାଟେଜି ଆପଣାଇଥିଲେ ସ୍ଵରୂପିଣୀ ପଟ୍ଟନାୟକ, ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।
Tags: #OCS #OAS #OCSExam2023Result #OPSC #Odisha #SwaroopiniPatnaik #OCSTopper2023

















