ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ଶୈଳେଶ କୁମାର ଭୋଇ। ଏହି ପରୀକ୍ଷାରେ ସପ୍ତମ ସ୍ଥାନ ହାସଲ କରିଛନ୍ତି ଶୈଳେଶ। ପ୍ରଥମ ପ୍ରୟାସରେ ହିଁ ତାଙ୍କୁ ଏହି ସଫଳତା ମିଳିଛି।

ପିଲାଟି ବେଳରୁ ପ୍ରଶାସନିକ ସେବାରେ ଯୋଗଦେବାକୁ ଶୈଳେଶଙ୍କର ସ୍ଵପ୍ନ ରହିଥିଲା। ସେଥିପାଇଁ ସେ ବ୍ୟାଙ୍କ ଚାକିରି ଛାଡ଼ି ଓସିଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ଯୋଗୁଁ ପ୍ରଥମ ଚେଷ୍ଟାରେ ହିଁ ତାଙ୍କୁ ସଫଳତା ମିଳିଲା। ପ୍ରଶାସନିକ ସେବାରେ ରହି ସମାଜର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ଶୈଳେଶ କୁମାର ଭୋଇ।  

ସେପ୍ଟେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିଲେ।

ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ, କେତେ ଘଣ୍ଟା ପଢ଼ୁଥିଲେ ଏବଂ କ’ଣ ଥିଲା ଶୈଳେଶଙ୍କ ଷ୍ଟ୍ରାଟେଜି, ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।

Tags: #OCS #OAS #OCSExam2023Result #OPSC #Odisha #ShaileshKumarBhoi #OCSTopper2023

Comment