ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ସିଦ୍ଧାନ୍ତ ମିଶ୍ର। ଏହି ପରୀକ୍ଷାରେ ୫୩ତମ ସ୍ଥାନ ହାସଲ କରିଛନ୍ତି ସିଦ୍ଧାନ୍ତ। ଚତୁର୍ଥ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି।
କଠିନ ପରିଶ୍ରମ ଓ ସ୍ମାର୍ଟ ଓ୍ଵାର୍କ ଓସିଏସ ପରୀକ୍ଷାରେ ସଫଳତା ଦେଲା। ପ୍ରଶାସନିକ ସେବାରେ ରହି ଲୋକଙ୍କ ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ସିଦ୍ଧାନ୍ତ ମିଶ୍ର।
ସେପ୍ଟେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିଲେ।
ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ, କେତେ ଘଣ୍ଟା ପଢ଼ୁଥିଲେ ଏବଂ କେଉଁ ଷ୍ଟ୍ରାଟେଜି ଆପଣାଇ ଥିଲେ ସିଦ୍ଧାନ୍ତ ମିଶ୍ର, ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।
Tags: #OCS #OAS #OCSExam2023Result #OPSC #Odisha #SidhantMishra #OCSTopper2023

















